Jai Odisha
News

ନଦୀରେ ଭାସିଗଲା ଡଙ୍ଗା,ଫସିଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ମହାକାଳପଡା,୨୦।୮ : ପ୍ରଖର ସ୍ରୋତ୍ରରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା। ଫଳରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଫସି ରହିଛନ୍ତି।  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବାହାକୁଦ ଫେରି ଘାଟରେ ଅଘଟଣ ଘଟିଚି। ମହାନଦୀରେ ପାରାଦୀପରୁ ବାହାକୁଦ ଘାଟ ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ୩୦ ଯାତ୍ରୀଙ୍କୁ ନେଇଯାଉଥିବବାବେଳେ ଅଘଟଣ । ଯାତ୍ରୀବାହୀ ଡଙ୍ଗାର ମୋଟର ଖରାପ ହୋଇଯିବାର ମଝି ନଈରେଡଙ୍ଗା ଅଣାୟତ୍ତ ହୋଇପଡ଼ିଥିଲା । ଯାହାପରେ ସ୍ରୋତରେ ଡଙ୍ଗା ସମୁଦ୍ର ମୁହାଣ ଆଡ଼କୁ ଭାସିଯାଇଥିଲା ।ପାରାଦୀପ ପଟୁ ବାହାକୁଦକୁ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଧରି ଏକ ଘାଟ ଡଙ୍ଗା ଆସୁଥିଲା। ଫେରି ଘାଟ ନିକଟରେ ପାଣିର ପ୍ରଖର ସ୍ରୋତରେ  ଡଙ୍ଗାଟି ୪ କି.ମି ଦୂରକୁ ଭାସିଯାଇଛି।  ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ରହିଥିବାରୁ ସେମାନେ ଡଙ୍ଗା ଭିତରେ ଫସି ରହିଛନ୍ତି। ଯାତ୍ରୀଙ୍କ ଉଦ୍ଧାର ପାଇଁ ୨ ଟି ଡଙ୍ଗା ପଠାଯାଇଛି। ତେବେ ଘଟଣା ସମ୍ପର୍କରେ ଖବର ପାଇ ମେରାଇନ ବୋଟ୍ ପହଞ୍ଚିଥିବା ନେଇ ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.