Jai Odisha
News

ନବଦାସ ହତ୍ୟା ମାମଲା: ଜେଲ୍‌ ଗଲେ ଗୋପାଳ

ବ୍ରଜରାଜନଗର,୧୩ା୨ : ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍‌ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। ଏନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି। ଗୋପାଳ ସବୁ କହିଥିବା ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।  ଗୋପାଳର ମାନସିକ ସ୍ଥିତି କ’ଣ ଥିଲା, ତାହା ମଧ୍ୟ ସେ ମାନିଥିବା ଜଣାପଡିଛି । ଏଇ ସପ୍ତାହରେ ଗୋପାଳର ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ସେପଟେ ଗୋପାଳ ସୁରକ୍ଷା ନେଇ ଜେଲ୍‌ ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି ରବିବାର ବିଳମ୍ବିତ ରାତିରେ ଗୋପାଳଙ୍କୁ ଝାରସୁଗୁଡ଼ା ଅଣାଯାଇ ବିମାନବନ୍ଦର ଥାନାରେ ରଖାଯାଇଥିଲା। ପରେ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନକୁ ନେଇ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ନାର୍କୋ ଓ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଗୋପାଳଙ୍କୁ ଝାରସୁଗୁଡ଼ାରୁ ଗୁଜରାଟର ଗାନ୍ଧୀନଗର ନିଆଯାଇଥିଲା।

Leave A Reply

Your email address will not be published.