Jai Odisha
News

ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୀଠ ପୋଡ଼ାଗଡ଼ ମଣ୍ଡେଇରେ ଖୁଲମ ଖୁଲା ଚାଲିଛି ଖୁଡଖୁଡି ଖେଳ

ନବରଙ୍ଗପୁର , ୮।୨:ନବରଙ୍ଗପୁର ଜିଲ୍ଲାର ଐତିହାସିକ ପୀଠ ପୋଡ଼ାଗଡ଼ ମଣ୍ଡେଇରେ ଖୁଲମ ଖୁଲା ଚାଲିଛି ଖୁଡଖୁଡି ଖେଳ।ସବୁ ଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବ।ଆଜି କାଲି ମଣ୍ଡେଇ ଏବଂ ଆଦିବାସୀ ଦଶହରା ନବରଙ୍ଗପୁର ଜିଲ୍ଲାର ଗାଁ ଗାଁ ରେ ଚାଲିଛି। ଏହାର ଭରପୁର ଫାଇଦା ଉଥାଉଛନ୍ତି ଜୁଆମାଫିଆ ମାନେ।ଏହି ଅନ୍ଧବିଶ୍ୱାସ ନଗ୍ନ ଉଦାହରଣ ହେଉଛି ଖୁଡଖୁଡି ଖେଳ । ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ ଖୁଡଖୁଡି ଖେଳିବାକୁ ଆସିଥାନ୍ତି ଏଭଳି ମଣ୍ଡେଇ ଦଶହରା ରେ । ଏହି ଖେଳ ମାଧ୍ୟମରେ ବଡ଼ ଧରଣର ଜୁଆଖେଳ ଚଲାଇଥାନ୍ତି ମାଫିଆମାନେ। ଏହି ଖୁଡଖୁଡି ଖେଳ ସନ୍ଧ୍ୟା ଠାରୁ ଆରମ୍ଭ ହଇ ସଖାଲ ପର୍ଯ୍ୟନ୍ତ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଉମରକୋଟ ପୋଲିସ ପାଖରେ ସବୁ ସୂଚନା ଥାଇ ମଧ୍ୟ କିଭଳି ନିରବ ରହୁଛି ସ୍ଥାନୀୟ ପୋଲିସ ପ୍ରଶାସନ। ଖୁଡଖୁଡି ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ପୋଲିସ ପ୍ରଶାସନ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯଗୁଁ ଥମିବା ବଦଳରେ ଵଡିବାକୁ ଲାଗିଛି। ଆମ ଅଞ୍ଚଳରେ ଖୁଡଖୁଡି ଖେଳ, ଜୁଆ,ମଦ ଭଳି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହି ଆଦିବାସୀ ଭାଇମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରି ଦେଉଛନ୍ତି ।ଫଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବାରେ ଲାଗିଛି ,ସାଧାରଣତ ଗାଁ ଗହଳିର ଛୋଟଛୋଟ ଛୁଆମାନେ ମଧ୍ୟ ଆକର୍ଷିତ ହୋଇ ଏଠାକୁ ଚାଲି ଆସନ୍ତି ଏବଂ ଜୁଆରେ ହାରିବା ପରେ ଦେଶୀମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି । ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛ।ଏଭଳି କାମକୁ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । କାରଣ ନିରୀହ ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଏହି ଖୁଡଖୁଡି ଖେଳ ଓ ଦେଶୀ ମଦ ।

Leave A Reply

Your email address will not be published.