Jai Odisha
News

ନବ ଦାସଙ୍କୁ କିପରି ଗୁଳି କରିଥିଲା ଗୋପାଳ ,ବଖାଣିଲା ଗୁଳି ମାଡ଼ ଘଟଣା

ଭୁବନେଶ୍ୱର, ୭।୨: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ମାମଲାରେ ଚାଲିଛି ସିନ୍ ରିକ୍ରିଏସନ୍ । ଏଥିପାଇଁ ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସକୁ ଧରି ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଗୋପାଳକୁ ଧରି କ୍ରାଇମ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଗୋପାଳ ବଖାଣିଲା ଗୁଳି ମାଡ଼ ଘଟଣା। ଗୋଟି ଗୋଟି କରି ସବୁ କିଛି ଦେଖାଇଲା। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି କ୍ରାଇମବ୍ରାଞ୍ଚ।ଆଜି ଗୋପାଳକୁ କଡ଼ା ସୁରକ୍ଷାବଳୟ ଭିତରେ ବ୍ରଜରାଜନଗର ଗାନ୍ଧି ଛକ କ୍ରାଇମ୍ ସ୍ପଟକୁ ନିଆଯାଇଥିଲା। କେମିତି ଗୁଳି ମାଡ଼ କରିଥିଲା, ମନ୍ତ୍ରୀଙ୍କ ପାଖକୁ ଯାଇଥିଲା, ଫୁଲ ମାଳ ଦେବା ପରେ କେମିତି ଗୁଳି ଚଲାଇ ସେଠୁ ଆସିଥିଲା, ଗୁଳି ମାଡ଼ ପରେ ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛିା ହାତରେ ଏକ ଡେମୋ ବନ୍ଧୁକ ଧରି ତାକୁ ଏସବୁ କରିବାକୁ କହିଥିଲେ କ୍ରାଇମବ୍ରାଞ୍ଚ ଟିମ। ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସଙ୍କ ପୂରା ନାଁ ଗୋପାଳକୃଷ୍ଣ ଦାସ । ପ୍ରଥମେ ବ୍ରହ୍ମପୁରରେ କନଷ୍ଟେବଳ ଭାବେ ଚାକିରି ଆରମ୍ଭ କରିଥିଲେ । ଚାକିରିରେ ପଦୋନ୍ନତି ପରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ । ASI ନିଯୁକ୍ତି ପରେ ଝାରସୁଗୁଡ଼ାରେ ଅବସ୍ଥାପିତ ଥିଲେ । ଝାରସୁଗୁଡ଼ାରେ ୧୨ ବର୍ଷରୁ ଅଧକ ସମୟ ହେବ କାର୍ଯ୍ୟ କରିଆସୁଛନ୍ତି । ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଦାୟିତ୍ୱରେ ଥିଲେ ଗୋପାଳ ।

Leave A Reply

Your email address will not be published.