Jai Odisha
News

ନାଗପୁର ଟେଷ୍ଟରେ ଭାରତର ଦମଦାର ବିଜୟ

ନୂଆଦିଲ୍ଲୀ,୧୧।୨:ନାଗପୁର ଟେଷ୍ଟରେ ଭାରତର ଦମଦାର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ୧୦ ଓ୍ବିକେଟ ହରାଇ ୪୦୦ ରନ କରିଛି। ଫଳରେ ଭାରତ ଅଷ୍ଟ୍ରେଲିଆ ଠାରୁ ୨୨୩ ରନ୍‌ ଆଗୁଆ ରହିଛି। ଜାଡେଜା ୭୦ ରନ କରିଥିବାବେଳେ ଅକ୍ଷର ପଟେଲ ୮୪ ରନର ଦମଦାର ଇନିଂସ ଖେଳିଥିଲେ।ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା। ୨ୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲ୍‌ଆଉଟ୍ । ଅଶ୍ବିନୀଙ୍କୁ ୫ ୱିକେଟ ମିଳିଛି। ଜାଡେଡା ଓ ସାମୀଙ୍କୁ ୨ଟି ୱେକଟ୍ ମିଳିଥିଲା।

Leave A Reply

Your email address will not be published.