Jai Odisha
News

ନାଟମଣ୍ଡପରୁ ଖସିଛି ବଡପଥର

ପୁରୀ,୨୯/୧୦:ବଡ଼ଦେଉଳରୁ  ଖସିଲା ପଥର। ଶ୍ରୀମନ୍ଦିର ମୁଦୁଲି ଦ୍ଵାର ପାର୍ଶ୍ଵ ନାଟମଣ୍ଡପରୁ ଏକ ବଡପଥର ଖସିଥିବା ସୂଚନା। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି। ଗୋଟିଏ ଛୋଟ ପଥର ଖସିଥିବା ସୂଚନା ମିଳିଛି।ଏନେଇ ASIକୁ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରିଛି।ଗତ କିଛିଦିନ ତଳେ ଦୀପାବଳି ସମୟରେ ରତ୍ନବେଦୀ ପଛପାର୍ଶ୍ଵରୁ ଚୂନ ଖସିବା ଘଟଣାର କିଛିଦିନ ନପୁରୁଣୁ ପୁଣିଥରେ ଏଭଳି ଅଘଟଣକୁ ନେଇ ଅସନ୍ତୋଷ ଦେଖାଦେଇଛି । ପଥରକୁ ପ୍ରତ୍ନତାତ୍ତିକ ବିଭାଗ ପାଖରେ ଜିମା ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଏକ ପଥର ଖସିଥିବା ଖବର ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.