Jai Odisha
News

ନାମଯଜ୍ଞ ଓ ସଂସ୍କାର ପୂଜା କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ଯୋଗ ଦାନ

ବ୍ରହ୍ମପୁର  ,୩/୦୫: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳଝୋଳି ଗ୍ରାମର ଦାସ ସାହିରେ ଏକ କୋଠ ଗୃହ ନୂତନ ଭାବେ ନିର୍ମିତ ହୋଇଥିବା ବେଳେ ଉକ୍ତ କୋଠ ଗୃହକୁ ବୁଧବାର ଦିନ ନାମଯଜ୍ଞ ସହ ସଂସ୍କାର ପୂଜା କରାଯାଇଛି ।ଏହି ଅବସରରେ ଦାସ ସାହିରେ ନାମ ଯଜ୍ଞ, ହୋମଯଜ୍ଞ କରାଯିବା ସହ ପୂଜା ପାଠ କରି ଗୃହକୁ ସଂସ୍କାର କରାଯାଇଛି ।ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଟି. ରଘୁ ପ୍ରସାଦ ପାତ୍ର, ବାଘଲଟି ସମିତି ସଭ୍ୟ ସାରଥି ପ୍ରସାଦ ଗୌଡ଼ ,ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ସଭାପତି ଟୁଟୁ ଦାସ, ସମ୍ପାଦକ ସିମାଞ୍ଚଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଦାସ ସାହିର ଶତାଧିକ ମହିଳା ଓ ପୁରୁଷମାନଙ୍କ ଦ୍ଵାରା ଗଙ୍ଗାମାତାଙ୍କ ପୂଜାର୍ଚ୍ଚନା କରାଯିବା ପରେ ସ୍ଥାନୀୟ ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ଏକ କଳସ ଯାତ୍ରାରେ ବାହାରି ଶଙ୍ଖଧ୍ୱନି ଓ ମୃଦଙ୍ଗର ତାଳେ ତାଳେ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ଗ୍ରାମର ବିଭିନ୍ନ ସମ୍ପ୍ରଦାୟ ଲୋକେ ଯୋଗ ଦେଇଥିଲେ ।

Leave A Reply

Your email address will not be published.