Jai Odisha
News

ନାସାର ଚନ୍ଦ୍ର ଅଭିଯାନ `ଆର୍ଟେମିସ-1′ ଆଜି ଲଞ୍ଚ ହେବ

ନୂଆଦିଲ୍ଲୀ,୧୬/୧୧ :  ଲଞ୍ଚ ହେବ ନାସାର ଚନ୍ଦ୍ର ଅଭିଯାନ ‘ଆର୍ଟେମିସ-1′ । ଦେଢ ମାସ ପରେ ଆମେରିକା ସ୍ପେଶ ଏଜେନ୍ସି ନାସା ନିଜର ଚନ୍ଦ୍ର ଅଭିଯାନ ଲଞ୍ଚ ପାଇଁ ପୁଣି ପ୍ରସ୍ତୁତି ଆରମ୍ଭ କରିଛି । ଆଜି ସକାଳ 11ଟା 34 ମିନିଟ ସମୟରେ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହେବ । ଏହା ନାସାର ତୃତୀୟ ଉଦ୍ୟମ ।ଏହା ପୂର୍ବରୁ ଅଗଷ୍ଟ 29 ଏବଂ ସେପ୍ଟେମ୍ବର 3 ତାରିଖରେ ମଧ୍ୟ ନାସା ପକ୍ଷରୁ ଏହି ରକେଟ୍ ଲଞ୍ଚ କରିବାକୁ ପ୍ରୟାସ କରାଯାଇଥିଲା ।  ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।  ଯଦି ଆଜି ପୁଣି ଥରେ ଏହି ପ୍ରୟାସ ବିଫଳ ହୁଏ ତେବେ 19 କିମ୍ବା 25 ତାରିଖରେ ପୁଣିଥରେ ଉଦ୍ୟମ କରାଯିବାର ସୂଚନା ରହିଛି ।

Leave A Reply

Your email address will not be published.