Jai Odisha
News

ନିଆରା ବାହାଘର : ବିବାହ ବନ୍ଧନରେ ଦୁଇ ବିଚାରାଧୀନ ବନ୍ଦୀ

ବିବାହ ବନ୍ଧନରେ ଦୁଇ ବିଚାରାଧୀନ କଏଦୀ

ଭୁବନେଶ୍ୱର : ରାଜଧାନୀରେ ନିଆରା ବାହାଘର. ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଭୁବନେଶ୍ୱର ସ୍ପେଶାଲ ଜେଲରେ ଥିବା ଦୁଇ ବିଚାରାଧୀନ କଏଦୀ. ଅପରାଧ ପାଇଁ ଜେଲରେ ପ୍ରେମ ମାନେନି ବନ୍ଧବାଡ଼। ଜାଣେନି ଜାତି ଗୋତ୍ର। ବିଭିନ୍ନ ଅପରାଧ ସହ ଜଡିତ ହୋଇ ଭୁବନେଶ୍ୱର ସ୍ପେଶାଲ ଜେଲରେ ଥିବା ଦୁଇ ବିଚାରାଧୀନ ବନ୍ଦୀଙ୍କ ହାତରେ ପଡିଛି ହାତଗଣ୍ଠି । ଆଜି ଦୁଇ ବିଚାରାଧୀନ ବନ୍ଦୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜେଲ ବିଭାଗ ଓ କୋର୍ଟର ନିର୍ଦ୍ଦେଶକ୍ରମେ ଦୁଇ ଜଣ ବିବାହ କରିଛନ୍ତି। ଏଡିଏମ ଭୁବନେଶ୍ୱର, ସିଡିପିଓ ଖୋର୍ଦ୍ଧା, ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ , ଜେଲର ପି.କେ.ସାହୁଙ୍କ ସମେତ ସାମାଜିକ କର୍ମୀ, ଜେଲ ଡାକ୍ତର, ମାନସ୍ତତ୍ତ୍ୱବିତ ଓ ଜେଲ କର୍ମଚାରୀ ଉପସ୍ଥିତ ହୋଇ ନବବିବାହିତ ବର ଓ କନ୍ୟାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

Leave A Reply

Your email address will not be published.