Jai Odisha
News

ନିବେଶ ନାଁ ରେ ଠକେଇ : ଅଭିଯୁକ୍ତ ଫେରାର

ଠକାମିର ନୂଆ ତରିକା

ଭୁବନେଶ୍ୱର : ନିବେଶ ନାଁ ରେ ଶହ ଶହ କୋଟି ଠକେଇ। 853 ନିବେଶକଙ୍କ ଠାରୁ 140 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ। ଏମିତିକି ଠକ ସୁଶାନ୍ତ ନାଗ ଘର ମାଲିକଙ୍କୁ ବି ଲଗାଇଛି ଚୁନା। ଏନେଇ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଛନ୍ତି ନିବେଶକ।ଭୁବନେଶ୍ୱର ନୟାପଲ୍ଲୀରେ ଆଦିତ୍ୟ ବିର୍ଲା ଗୃପ ନାଁ ରେ କମ୍ପାନୀ କରି ନିବେଶକଙ୍କୁ ନିବେଶ ପାଇଁ ଆକୃଷ୍ଟ କରୁଥିଲେ। ପରେ ଜମି ଓ ଆପାର୍ଟମେଂଟରେ ନିବେଶ କରାଉଥିଲେ। ୟୁନିଭର୍ଶାଲ ଜେମ୍ସ ଓ ଓମ ଆସୋସିଏଟ ଭଳି ଭିନ୍ନ ଭିନ୍ନ କମ୍ପାନୀ କରି ଠକୁଥିବା ହୋଇଛି ଅଭିଯୋଗ।ଠକେଇ ହୋଇଥିବା ଅନୁଭବ କରିବା ପରେ ଅଫିସ ଘେରାଉ କରିଥିଲେ। ସେତେବଳେକୁ ଫେରାର ଅଭିଯୁକ୍ତ ସୁଶାନ୍ତ। ନିବେଶକ ଟଙ୍କା ଫେରସ୍ତ ଦାବିରେ ଅଡି ବସିଛନ୍ତି ନିବେଶକ।

 

Leave A Reply

Your email address will not be published.