Jai Odisha
News

ନିମ୍ନମାନର ନିର୍ମାଣ କାର୍ଯ୍ୟ ଭୁଶୁଡିଲା ଆପ୍ରୋଚ ରୋଡ

କେନ୍ଦ୍ରାପଡା, ୧୭।୮ :କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକର ସଲାର ଜଳପୋକ ଠାରେ କରାଣ୍ଡିଆ ନଦୀ ଉପରେ ନିର୍ମାଣାଧୀନ ଏକ ସେତୁର ଆପ୍ରୋଚ ରୋଡ ଭୁଶୁଡ଼ି ପଡିଛି l କରାଣ୍ଡିଆ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁ ନିର୍ମାଣାଧୀନ ସେତୁର ଆପ୍ରୋଚ ରୋଡଟି ହଠାତ୍ ଭୁଶୁଡ଼ି ପଡିଥିଲା l ଫଳରେ ଗରଦପୁର, ମାର୍ଶାଘାଇ ଓ ଡେରାବିଶ ବ୍ଲକ୍ ର ପ୍ରାୟ ୧୦ ହଜାର ଲୋକ ଯୋଗାଯୋଗରୁ ବଞ୍ଚିତ ହୋଇଛନ୍ତି l ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ l ତେବେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଆପ୍ରୋଚ ରୋଡଟି ଧୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l

Leave A Reply

Your email address will not be published.