Jai Odisha
News

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆମ ପାଖରେ ଟଙ୍କା ନାହିଁ : କେନ୍ଦ୍ରସରକାରଙ୍କୁ କଂଗ୍ରେସ ସଭାପତିଙ୍କ ଟାର୍ଗେଟ 

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସୂଚାଇ ଦେଇଛନ୍ତି ଯେ କଂଗ୍ରେସ ଦଳ ଅର୍ଥ ଅଭାବର ସମ୍ମୁଖୀନ ହେଉଛନ୍ତି ଏବଂ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଲୋକଙ୍କ ଦ୍ୱାରା ଦାନ କରାଯାଇଥିବା ଟଙ୍କା ରଖାଯାଇଛି ତାହା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଫ୍ରିଜ୍ କରିଛନ୍ତି।

ବର୍ତ୍ତମାନ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ଶୋଚନୀୟ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି।

ଖାର୍ଗେ କହିଛନ୍ତି ଯେ ଆୟକର ବିଭାଗ ପକ୍ଷରୁ ଦଳକୁ ଜରିମାନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଲକ୍ଷ୍ୟ କରି ଖାର୍ଗେ ଆଗାମୀ ଲୋକସଭା ନିର୍ବାଚନରେ ଦେଶରେ ଦୃଢ ଭାବରେ ଠିଆ ହେବା ସହ ସମ୍ବିଧାନ ତଥା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ତାଙ୍କ ଦଳର ବିଜୟ ନିଶ୍ଚିତ କରିବାକୁ ଆହ୍ବାନ ଦେଇଛନ୍ତି ।

ନିର୍ବାଚନରେ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ ବୋଲି କହି ଖାର୍ଗେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଆୟକର ମାଧ୍ୟମରେ ଦଳ ଉପରେ ଜୋରିମାନା ଲଗାଇଥିବା ଅଭିଯୋଗ କରିଛନ୍ତି। ଖାର୍ଗେ କହିଛନ୍ତି ଯେ ନିର୍ବାଚନ ବଣ୍ଡ ମାଧ୍ୟମରେ ମିଳିଥିବା ହଜାର ହଜାର କୋଟି ଟଙ୍କା ପ୍ରକାଶ କରିବାକୁ ବିଜେପି ନିଜେ ପ୍ରସ୍ତୁତ ନୁହେଁ।

କଂଗ୍ରେସ ସଭାପତି ଆହୁରି କହିଛନ୍ତି ଯେ ଏହା ଆମ ଦଳର ଟଙ୍କା ଯାହା ସାଧାରଣ ଲୋକଙ୍କ ଦ୍ୱାରା ଦାନ କରାଯାଇଥିଲା | ସେ କହିଛନ୍ତି ଯେ ଏହାକୁ ବିଜେପି କେନ୍ଦ୍ର ସରକାର ଫ୍ରୀଜ୍ କରିଛନ୍ତି ଏବଂ ଆମର ଆଉ ଖର୍ଚ୍ଚ କରିବାକୁ ଟଙ୍କା ନାହିଁ, କିନ୍ତୁ ଭୟଭୀତ ଥିବାରୁ ବିଜେପି ନିର୍ବାଚନ ବଣ୍ଡ ବିଷୟରେ ପ୍ରକାଶ କରୁନାହିଁ।ଖାର୍ଗେ ଏହା ମଧ୍ୟ ଦାବି କରିଛନ୍ତି ଯେ କାଲାବୁରାଗିର ଲୋକ ଏଥର କଂଗ୍ରେସକୁ ଜିତାଇବେ।

Leave A Reply

Your email address will not be published.