Jai Odisha
News

ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଛନ୍ତି

ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାରେ ସର୍ବସମ୍ମତିକ୍ରମେ ରାୟ ଶୁଣାଇଛନ୍ତି। ନିର୍ବାଚନ ବଣ୍ଡ ଯୋଜନାକୁ ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜନୈତିକ ଦଳଗୁଡିକ ପାଇଁ ଟଙ୍କା କେଉଁଠୁ ଆସୁଛି ଏସବୁ ଜାଣିବା ନିହାତି ଆବଶ୍ୟକ। ନିର୍ବାଚନୀ ବଣ୍ଡ୍ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରୁଛି। ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ବଣ୍ଡକୁ ଅଦାଲତ ରଦ୍ଦ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି ।

Leave A Reply

Your email address will not be published.