Jai Odisha
News

ନିର୍ବାଚନୀ ହିଂସା : କାର୍‌କୁ ଜାଳିଦେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, ୨୭। ୨ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚlୟତରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି l ପୂର୍ବତନ ସରପଞ୍ଚ ଅଞ୍ଜନା ମେହେରଙ୍କ   କାରକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି। ଶନିବାର  ରାତିରେ ଷ୍ଟଲରେ ପୂର୍ବତନ ସରପଞ୍ଚ ଅଞ୍ଜନା ମେହେରଙ୍କ  କାର  ରହିଥିଲା l ଉପରୁ  ଆଜବେଷ୍ଟସ କୁ କାଟି କିରୋସିନ ଢାଳି ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଥିଲେ।  ସ୍ଥାନୀୟ ଲୋକ ଦେଖି  ଦମକଳକୁ ଖବର ଦେଇଥିଲେ l ତୁରନ୍ତ ରାତିରେ ବଙ୍ଗୋମୁଣ୍ଡା ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା l ନିଆଁ ଲଗାଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ  ନେବାକୁ ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର ଦାବି କରିଛନ୍ତି ।

Leave A Reply

Your email address will not be published.