Jai Odisha
News

ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ଯାଜପୁର,୧୧/୦୨: ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍|  ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ପ୍ରଚାର ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଗତକାଲି ପ୍ରଚାର ସମୟରେ ବିଞ୍ଝାରପୁର ବିଧାୟିକା ଆଚରଣ ବିଧି ଉଲଘଂନ କରିଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ବିଞ୍ଝାରପୁରରେ ପ୍ରଚାର ସମୟରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ କିଛି ସରକାରୀ ଯୋଜନା ମିଳିବନି ବୋଲି ସିଧା ସିଧା କହିଥିଲେ ପ୍ରମିଳା ମଲ୍ଲିକ ଯାହାପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.