Jai Odisha
News

ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା କୁସେଇ ସେତୁ

ଆନନ୍ଦପୁର ୨୧/୧୧: ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ । ଜଣେ ଗୁରୁତର ଦୁଇ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଅନେକ ଦିନ ବ୍ୟବଧାନ ପରେ ଆରମ୍ଭ ହେଉଥିବା ସେତୁ ଅଚାନକ ଭାଙ୍ଗିପଡିଥିଲା ସକାଳୁ ଶ୍ରମିକ ମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ଗାଡରକୁ ଏକ ପିଲର କପ୍ ଉପରେ ଉଠାଇବା ସମୟରେ ହଠାତ୍ ଅଧାରୁ ପିଲରକପ୍‌ଟି ଭାଙ୍ଗିଯାଇଛି । ତାହା ସହିତ ସଂଯୋଗ ହୋଇଥିବା ଗାଜର ମଧ୍ୟ ତଳକୁ ଖସି ପଡିଛି । କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଆଉ ତଳେ କେହି ଥିବା ନଥିବା ନେଇ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଚକିତ ହେଉଥିବା ବେଳେ ଠିକା ସଂସ୍ଥାର କାମ କୁ ନେଇ ପ୍ରଶ୍ନ ଉଠିଛି । ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବା ବେଳେ ଠିକାଦାର ଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ତେବେ ଘଟଣା ସମ୍ପର୍କରେ ଆମେ ଜାଣିବାକୁ ଚାହିଁ ଥିଲେ ମଧ୍ୟ ଠିକାସଂସ୍ଥା ର କର୍ମଚାରୀ ଘଟଣ ସ୍ଥଳ ଛାଡ଼ି ଚମ୍ପଟ ମାରିଛନ୍ତି।

Leave A Reply

Your email address will not be published.