Jai Odisha
News

ନିୟମିତ ଦାବିନେଇ ରାଜରାସ୍ତାରେ ଶିକ୍ଷକ ,ଘେରାଉ କଲେ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ

 

ଭୁବନେଶ୍ୱର ,୨୩।୧୨:  ନିୟମିତ ଦାବିନେଇ ରାଜରାସ୍ତାରେ ଶିକ୍ଷକ ,ଘେରାଉ କଲେ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ|ଚଳିତ ମାସ ୧୩ ତାରିଖରୁ ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଶିକ୍ଷକ । ବିଭିନ୍ନ ଦାବି ନେଇ ସେମାନେ ଏହି ବିକ୍ଷୋଭ କରୁଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି । ତେବେ ଦୀର୍ଘ ୧୧ ଦିନ ଧରି ମାଧ୍ୟମିକ ଶିକ୍ଷକ ସଂଘ ଆନ୍ଦୋଳନରେ ବସିବା ପରେ ଆଜି ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ୨୦୦୪ ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ ଦାବିରେ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଏହି ଆନ୍ଦୋଳନ କରିଛନ୍ତି । ଏଥିସହିତ ଚୁକ୍ତି ଭିତ୍ତିକ ନିଯୁକ୍ତିର ୬ ବର୍ଷକୁ ଚାକିରି ଅବଧିରେ ମିଶାଇବା ପାଇଁ ଦାବି କରିବା ସହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।

 

Leave A Reply

Your email address will not be published.