Jai Odisha
News

‘ନିୟମିତ ଯୋଗ ଦୂର କରେ ଅନେକ ରୋଗ’ – ରାଜକନିକାରେ ଯୋଗଦିବସ ପାଳିତ

ରାଜକନିକା,୨୧/୬: ନିୟମିତ ଯୋଗ କରିବା ଦ୍ୱାରା ମଣିଷ ଅନେକ ରୋଗକୁ ଦୂରେଇ ଦେଇପାରିବ । ଯୋଗ ଦ୍ୱାରା ରୋଗକୁ ଆମେ ଦୂର କରିପାରିବା । ତେଣୁ ବ୍ୟସ୍ତବହୁଳ ମଣିଷ ଜୀବନରେ ସମୟ ବାହାର କରି ନିୟମିତ ଯୋଗ କରିବାର ଆବଶ୍ୟକତା ଅଧିକ ଦେଖାଦେଇଛି । ଏଦିଗରେ ସମସ୍ତେ ଆଗେଇ ଆସିବା ଦରକାର । ବିନା ଶୁକ୍ଲରେ ଯୋଗ ଦ୍ୱାରା ନିରୋଗ ରହିବା ପାଇଁ ଆମେ ପ୍ରତିଦିନ ଯୋଗ କରିବା ଦରକାର ବୋଲି ଯୋଗ ଦିବସରେ ଯୋଗଗୁରୁ ମାନସ ଓଝା ମତ ରଖିଛନ୍ତି । କନିକା ଯୋଗ ପରିବାର ପକ୍ଷରୁ ରାଜକନିକା ଆର୍‌ଏନ୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ବ୍ଲକ୍‌ସ୍ତରୀୟ ଯୋଗଦିବସରେ ଯୋଗପରିବାରର ସଭାପତି ବିଜୟ କୁମାର ବେହେରା ଏବଂ ସଂପାଦକ ଧ୍ରୃତି ସୁନ୍ଦର ଆଚାର୍ଯ୍ୟ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରାଜଲକ୍ଷ୍ମୀ ସ୍ୱାଇଁ ଏବଂ ଶ୍ରଦ୍ଧା ସୁମନ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଯୋଗଦିବସ ଉତ୍ସବରେ ମହିଳା ପ୍ରଭାରୀ ତୃପ୍ତି ରାଉତ, କୋଷାଧ୍ୟକ୍ଷ ପବିତ୍ର ମଲ୍ଲିକ, ସ୍ୱରାଜ ଦାସ, ପୁଷ୍ପଲତା ଦାସ ଏବଂ ଧରିତ୍ରୀ ନାୟକ ପ୍ରମୁଖ ଯୋଗଦେଇ ଯୋଗର ଉପକାରିତା ଏବଂ ରାଜକନିକା ଅଞ୍ଚଳରେ ଯୋଗ ପରିବାର ପ୍ରତି ପଞ୍ଚାୟତରେ ଯୋଗ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆଜି ଅନୁଷ୍ଠିତ ଯୋଗଦିବସରେ ସମସ୍ତଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ପ୍ରାଣାୟମ, ଧ୍ୟାନ ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ ସଂପାଦକ ଶ୍ରୀଆଚାର୍ଯ୍ୟ ଶିବିରାର୍ଥୀମାନଙ୍କ ସହିତ ବଜାର ପରିକ୍ରମା କରି ଯୋଗଦିବସର ସଂପର୍କରେ ଲୋକମାନଙ୍କୁ ସଚେତନତା କରାଇଥିଲେ । ଏହି ଯୋଗଦିବସ କାର୍ଯ୍ୟକମ୍ରରେ ବିଭିନ୍ନ ବୟସର ଯୋଗଶିକ୍ଷାର୍ଥୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.