Jai Odisha
News

ନୂଆଁଖାଇ ପାଇଁ ଲଗ୍ନ ହେଲା ଧାର୍ଯ୍ୟ

ସମ୍ବଲପୁର,୧୯/୮ : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହୋଇଛି ଲଗ୍ନ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ନିର୍ଦ୍ଧାରଣ ହେଲା ଲଗ୍ନ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ସେପ୍ଟେମ୍ବର ୧ତାରିଖରେ ନୂଆଁଖାଇ ପର୍ବ ପାଳନ କରାଯିବ । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ । ସକାଳ ୧୦.୦୭ରୁ ୧୦.୨୧ ମଧ୍ୟରେ ସୁବର୍ଣ୍ଣପୁରରେ ଲାଗିହେବ ନବାନ୍ନ । ସେପଟେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ମଧ୍ୟ ଲଗ୍ନଧାର୍ଯ୍ୟ ହୋଇଛି । ମାଆଙ୍କଠାରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ଲାଗି ହେବ ନବାନ୍ନ । ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୂଯାୟୀ ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା ଲଗ୍ନରେ ପାଳନ ହେବ ନୂଆଖାଇ । ଦିନ ୧୦ଟା ୫୬ ରୁ ୧୧ ଟା ୧୦ ମଧ୍ୟରେ ମା’ଙ୍କ ଠାରେ ଲାଗିହେବ ନବାନ୍ନ ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆ ଖାଇବେ। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁସାରେ ବାହାରିଲା ଲଗ୍ନ ।

Leave A Reply

Your email address will not be published.