Jai Odisha
News

ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର,  ୨୮/୦୮:ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିଲାଗି ଚଳଚଞ୍ଚଳ ଗାଁଠୁ ସହର ।  ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ ।  ଏହି ନୂଆଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବାସହ ପରେ କେଣ୍ଡାରୁ ଧାନ ଅଲଗାକରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ ହେବ ।ଢୋଲ୍ ନିଶାନ ତାଳେ ତାଳେ କଂପୁଛି ପରିବେଶ ନାଚ ଗୀତ ସହ ଚାଲିଛି ସେଲିବ୍ରେସନ । ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳର ନୂଆଖାଇ ପୂର୍ବରୁ ଏଭଳି ଉତ୍ସବର ମାହୋଲ । ଶୋଭାଯାତ୍ରାରେ ଯାଇ କୁରେଇ ପତ୍ର ସଂଗ୍ରହ କରିବାରେ ବ୍ୟସ୍ତ ଓରାମ ସଂପ୍ରଦାୟର ଆଦିବାସୀ । ନୂଆଖାଇକୁ ଆଉ ଦିନ କେଇଟା ଥିବା ବେଳେ ଘରେ ଘରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି ।ଆସନ୍ତା ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ିଥିବା ବେଳେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ଲାଗିବ ନବାନ୍ନ । ଏଥିଲାଗି ଆସି ସାରିଛି ସରିଆ ଧାନ । ବଲବସପୁର ଗାଁର ଚାଷୀ ସୁବାସ ବେହେରା ସରିଆ ଧାନ ଆଣି ସମଲେଇ ମନ୍ଦିର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି ।ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ବଲବସପୁରର ସୁବାଷ ବେହେରାଙ୍କ ପରିବାର ଚାଷରେ ଲାଗି ଡିଥାନ୍ତି । ୫ ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି । ତେବେ ଆଜି ଏହି ଧାନ ସୁବାସ ଆଣି ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି । ଗଣେଷ ପୂଜା ଦିନ ପୂଜକଙ୍କ ପରିବାରର ମହିଳାମାନେ ଏଥିରୁ ଚାଉଳ ବାହାର କରି ତାକୁ ଗୁଣ୍ଡକରି ମା’ଇଷ୍ଟଦେବିଙ୍କ ପାଖରେ ଭୋଗ ଲାଗିବ ।

Leave A Reply

Your email address will not be published.