Jai Odisha
News

ନୂଆବର୍ଷରେ ଉପବାସ ରହିଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୨ା୧ :  ନୂଆବର୍ଷ ୨୦୨୩ ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ  ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ନୂଆବର୍ଷରେ ଉପବାସ ରହିଲେ ଶ୍ରୀଲିଙ୍ଗରାଜ । ଭୋଗ ମଣ୍ଡପଠାରୁ ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ ଭୋଗ ମାରା ହୋଇଥିଲା, ଯାହାକୁ ନେଇ ଦିନ ତମାମ୍‌ ଦିଅଁଙ୍କର ନୀତି ବନ୍ଦ ରହିଥିଲା। ଅନ୍ୟପଟେ ଭୋଗକୁ ଅମଣିଆ କୂଅରେ ପକାଯିବା ଏବଂ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ସମ୍ପାଦକ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ।
ପ୍ରାତଃରୁ ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ଓ ଅନ୍ୟାନ୍ୟ ନୀତି ହୋଇଥିଲା। ସକାଳ ଧୂପ ସରିବା ପରେ ଠାକୁରାଣୀଙ୍କ ସକାଳ ଧୂପ ହୋଇଥିଲା। ଭୋଗ ମଣ୍ଡପରେ ଠା’ କରାଯାଇ ରୋଷରୁ ଭୋଗ ମଣ୍ଡପକୁ ଭୋଗ ବୁହାଇଥିଲେ ମହାସୁଆର ସେବାୟତ। ଏହି ସମୟରେ କପିଳେଶ୍ୱର ଗ୍ରାମର ଜଣେ ବ୍ୟକ୍ତି ଭୋଗ ମଣ୍ଡପ ଭିତରକୁ ପ୍ରବେଶ କରିଥିଲେ। ଫଳରେ ଭୋଗ ମାରା ହେବା ଦର୍ଶାଇ ସେବାୟତମାନେ ଠାକୁରଙ୍କ ନୀତି ବନ୍ଦ କରିଥିଲେ। ପ୍ରଶାସନର ଅବହେଳାରୁ ରାତି ୯ଟା ସୁଦ୍ଧା ନୀତିରେ ସୁଧାର ଆସିପାରି ନ ଥିଲା। ଅନ୍ୟପଟେ ମାରା ଭୋଗକୁ ଅମଣିଆ କୂଅରେ ପକାଯିବା ଓ ନ ପକାଯିବାକୁ କେନ୍ଦ୍ରକରି ବଡୁ ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଅରଗଳି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ଯାଇ ନ ପାରି ଆଡ଼କାଠ ନିକଟରେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏପରି କି କୌଣସି ସେବାୟତ ମଧ୍ୟ ଗର୍ଭଗୃହ ପର୍ଯ୍ୟନ୍ତ ଯାଇପାରି ନ ଥିଲେ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, କୋଠଭୋଗ, ଜଜମାନ ଭୋଗ ଓ ସମସ୍ତ ଭୋଗ ମାରା ହେବାପରେ ଅମୁଣିଆ କୂଅରେ ପକାଇଛୁ। ଏ ସମ୍ପର୍କରେ ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର କୁହନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେବାୟତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏଥିରେ ଆମର କିଛି ଭୂମିକା ନାହିଁ। ମନ୍ଦିର ପ୍ରଶାସନ ଅଧୀନରେ ବଚାରଯୋଗ୍ୟ

Leave A Reply

Your email address will not be published.