Jai Odisha
News

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ରାତି ୧ଟାରେ ଦ୍ବାରଫିଟା

ପୁରୀ ,,୩୧।୧୨: ୨ ବର୍ଷ ହେବ ମହାମାରୀ କରୋନା ପାଇଁ ନୂଆବର୍ଷ ଫିକା ପଡିଥିବା ବେଳେ ଏଥର ଖୁବ ଧୁମଧାମରେ ନୂଆବର୍ଷ ପାଳନ ହେବ । ଏନେଇ ଚଳଚଞ୍ଚଳ ହୋଇଛି ଗାଁ ଠୁ ସହର । ତେବେ ଏଥର ନୂଆବର୍ଷ ପାଇଁ କୌଣସି କଟକଣା ନଥିବାରୁ ସମସ୍ତେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଥିବା ବେଳେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଫଳରେ ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଯୋହାଫଳରେ ଭକ୍ତମାନେ ସୁରକ୍ଷିତ ଭାବରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଆଉ ଦିନଟେ ପରେ ଇଂରାଜୀ ନବବର୍ଷ। ଏହିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଡିସେମ୍ବର ୩୧ ରାତି ୧ଟାରୁ ଦ୍ବାରାଫିଟା ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ୩୧ ତାରିଖରେ ସଅଳ ପହୁଡ଼ କରାଯିବ।ରାତି ୧ଟାରୁ ଦ୍ବାର ଫିଟା ସହ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଚାଲିବ। ତେଣୁ ଶନିବାର ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ନେବେ ଭକ୍ତ। ଏଥିପାଇଁ ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍‌ ଉପରେ ସାମିଆନା ବନ୍ଧାଯାଇଛି। ଏଥିସହିତ, ୩୧ ତାରିଖ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୱାନ-ୱେ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି। ତେଣୁ, ଯେଉଁମାନେ ମାର୍କେଟ ଛକରୁ ବାହାରି ସିଂହଦ୍ବାର ଅଭିମୁଖେ ଯିବେ, ସେମାନେ ମନ୍ଦିର ପଛ ପାର୍ଶ୍ବରେ ବୁଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବାହାରି ମାର୍କେଟ୍‌ ଛକ ଆଡ଼କୁ ଆସିବେ।

Leave A Reply

Your email address will not be published.