Jai Odisha
News

ନେପାଳରେ ଭୂକମ୍ପ ,୬ ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ.୯/୧୧:   ନେପାଳରେ ଭୂମିକମ୍ପ ହେବାର କିଛି ଘଣ୍ଟା ପରେ ଆଜି ସକାଳ ୬.୨୭ରେ ଉତ୍ତରାଖଣ୍ଡର ପିଥୌରାଗଢ଼ରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ କହିଛି। ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ନେପାଳ ସୀମାବର୍ତ୍ତୀ ଉତ୍ତରାଖଣ୍ଡର ପିଥୋରାଗଡ ଠାରୁ ୯୦ କିଲୋମିଟର ଦୂରରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ଅବସ୍ଥିତ। ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବରେ ବୋଲି କୁହାଯାଉଛି। ବୁଧବାର ଦିନ ନେପାଳରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଭୂକମ୍ପ ଘଟିଛି। ନେପାଳ ଭୂକମ୍ପରେ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୃତକଙ୍କ ମଧ୍ୟରେ ଅତି କମରେ ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି ବୋଲି ଅଧିକାରୀ କହିଛନ୍ତି। ଭୂମିକମ୍ପ ସଂକ୍ରାନ୍ତରେ ଟୁଇଟ୍‌ କରିଥିବା ସୂଚନାରେ ‘‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଉଲ୍ଲେଖ କରିଛି: ଆଜି ସକାଳ ୬ଟା ୨୭ ମିନିଟ୍‌ ୧୩ ସେକେଣ୍ଡ୍‌ ବେଳେ ୨୯.୮୭ ଡିଗ୍ରି ଅକ୍ଷାଂଶ ଓ ୮୦.୪୯ ଡିଗ୍ରି ଦ୍ରାଘିମା ଅନ୍ତର୍ଗତ ଉତ୍ତରାଖଣ୍ଡର ପିଥୌରାଗଢ଼ରେ ଭୂଗର୍ଭର ୫ କିଲୋମିଟର୍‌ ଅଭ୍ୟନ୍ତରରେ ଭୂମିକମ୍ପ ସଂଘଠିତ ହୋଇଛି।

Leave A Reply

Your email address will not be published.