Jai Odisha
News

ନୋଇଡ଼ାରେ ନିର୍ମାଣଧୀନ କାନ୍ଥ ଭୁଶୁଡ଼ି ୪ ମୃତ

ନୂଆଦିଲ୍ଲୀ,୨୦/୦୯:  ନୋଏଡାରେ ବଡ଼ ଧରଣର ଦୁର୍ଘଟଣା  । ନୋଇଡ଼ା ସେକ୍ଟର-୨୧ରେ ଏକ ନିର୍ମାଣଧୀନ କାନ୍ଥ ଭୁୁଶୁଡ଼ି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହୁରି କିଛି ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ‌ସନ୍ଦେହ କରାଯାଉଛି। ଏହି ଘଟଣା ଘଟିଛି ନୋଇଡ଼ା ସେକ୍ଟର-୨୧ର ଜଲବାୟୁ ବିହାର ନିକଟରେ। ଏହି ଦୁର୍ଘଟଣରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଓ ସ୍ଥାନୀୟ ଲୋକେ ମିଶି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଓ ଜେସିବି ମେସିନ୍‌କୁ ନି‌ୟୋଜିତ କରାଯାଇଛି।

 

Leave A Reply

Your email address will not be published.