Jai Odisha
News

ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେଲା ଚେନ୍ନାଇ

ନୂଆଦିଲ୍ଲୀ, ୩୦।୫ :  ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଛି। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଶେଷ ହୋଇଛି ଆଇପିଏଲ ୨୦୨୩। ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍‌ସ। ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି।ଧୋନି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଋଦ୍ଧିମାନ ସାହା ୫୪ (୩୯ ବଲ୍‌) ରନ୍ କରିଥିବା ବେଳେ ଶୁବମନ ଗିଲ ୩୯ (୨୦) ଓ ସାଇ ସୁଦର୍ଶନ ସର୍ବାଧିକ ୯୬ (୪୭ ବଲ୍‌, ୮ ଚୌକା ଓ ୬ ଛକା) ରନ୍ କରିଥିଲେ। ରଶିଦ ଖାନ ଖାତା ଖୋଲି ପାରି ନଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରୁ ୨୧ ରନ୍ କରି ଅପରାଜିତ ରହିଥିଲେ।ଏହା ପରେ ୨ ୧୫    ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସର ବ୍ୟାଟର। କିନ୍ତୁ ଚେନ୍ନାଇ ଇନିଂସ ପ୍ରାରମ୍ଭରୁ ହୋଇଥିଲା ବର୍ଷା। ବର୍ଷା ଯୋଗୁ ବିଳମ୍ବ ହେବାରୁ ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦେଇ ବିଜୟ ଲକ୍ଷ୍ୟ ୧୭୧ ଧାର୍ଯ୍ୟ କରାଯାଇଥିଲା। ଏହି ବିଜୟ ଲକ୍ଷ୍ୟକୁ ୧୫ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା ଚେନ୍ନାଇ। ଏହି ରୋମାଞ୍ଚକର ମ୍ୟାଚ୍‌ର ଶେଷ ଦୁଇଟି ବଲ୍‌ରେ ରବୀନ୍ଦ୍ର ଜାଡ଼େଜା ଛକା ଓ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ଆଉ ଗୁଜରାଟ ଟାଇଟନ୍ସର ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଚାମ୍ପିୟନ ହେବା ସ୍ୱପ୍ନ ଧୂଳିସାତ ହୋଇଥିଲା।ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୬ଟି ବଲ୍‌ରୁ ୨୬ ରନ୍ କରିଥିବା ବେଳେ ଡେଭନ କନୱେ ୪୭ (୨୫ ବଲ୍‌), ଶିବମ ଦୁବେ ଅପରାଜିତ ୩୨ (୨୧ ବଲ୍‌) ଓ ଆଜିଙ୍କ୍ୟ ରାହାଣେ ୨୭ (୧୩ ବଲ୍‌) ରନ୍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୂନରେ ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୬ଟି ବଲରୁ ୧୫ ରନ୍ କରି ଅପରାଜିତ ରହିଥିଲେ।ଚେନ୍ନାଇ ସୁପରକିଙ୍ଗସ ଏହା ପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା।  ଏହି ବିଜୟ ସହ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ମଧ୍ୟ ସମକକ୍ଷ ହୋଇଛି

Leave A Reply

Your email address will not be published.