Jai Odisha
News

ପଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫/୮ : ଆଜି ଦେଶ ପାଳୁଛି ୭୬ ତମ ସ୍ୱାଧିନତା ଦିବସ । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପଦର୍ଶନୀ ପଡିଆରେ   ଜାତୀୟ ପତାକା ଉତ୍ତୋଳନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏଥିସହ ସେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅସବସରରେ ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସମେତ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଦେଶର ଏହି ଅବସରରେ ଦେଶ ଓ ରାଜ୍ୟର ମହାପୁରୁଷଙ୍କର ସ୍ମୃତିଚାରଣ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି। ଏହା ଭାରତୀୟ ଭାବେ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି। ଜନଜାତି ବର୍ଗର ବିକାଶ ପାଇଁ ଓଡ଼ିଶା ବହୁତ ଭଲ କାମ କରିଛି। ବିଗତ ୭୫ ବର୍ଷରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ରାସ୍ତା ଦେଖାଇଛି। ଖାଦ୍ୟ ବଳକା ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା। ବିପର୍ଯ୍ୟର ମୁକାବିଲା କ୍ଷେତ୍ରରେ ସରା ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି।୭୦ଲକ୍ଷ ଲୋକମାନଙ୍କ ଶଶକ୍ତିକରଣ କରିବା ଠାରୁ ୩୧୫ ଟି ଆଦର୍ଶ ବିଦ୍ୟାଳରେ ୧ଲକ୍ଷରୁ ଅଧିକ ପିଲାଙ୍କ ପାଇଁ ପାଠ ପଢ଼ା , ୫ ହଜାରରୁ ଅଧିକ ଛାତ୍ରୀ ମାନଙ୍କ ରହଣି ପାଇଁ ୫୦ଟି ଛାତ୍ରାବାସ ମଧ୍ୟ ଗଠନ କରାଯାଉଛି । ଓଡିଶା ଶିକ୍ଷା ଉପରେ ଫୋକସ କରୁଛି । ଆଉ ଏହା ସହିତ ରାଜ୍ୟ ବିକାଶ ଦେଶର ବିକାଶରେ ମଧ୍ୟ ଗରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଅନେକ ସୋପାନ ଦେଇ ଗତି କରିଛି । ଦେଶର ପ୍ରଗତିରେ ଓଡିଶାର ମଧ୍ୟ ଅବଦାନ ବହୁତ ରହିଛି ବୋଲି ନବୀନ କହିଛନ୍ତି । ଦେଶ ପାଇଁ ସହିଦ ହୋଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଦେଶ ଏବଂ ରାଜ୍ୟର ବିକାଶରେ ଯୋଡି ହେବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ । ଏହା ସହ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ‘ଅହିଂସା ରଥ’ର ରାଜ୍ୟବ୍ୟାପୀ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ ।

Leave A Reply

Your email address will not be published.