Jai Odisha
News

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର ୧୨।୧୧ : ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ। ଦଳ ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କୁ ଟିକେଟ୍‌ ମିଳିଛି । ସତ୍ୟ ଭୂଷଣଙ୍କ ପ୍ରର୍ଥୀତ୍ୱକୁ କଂଗ୍ରେସ ହାଇକମାଣ୍ଡ ଖଡ଼ଗେ ଅନୁମୋଦନ ପ୍ରଦାନ କରିଛନ୍ତି । AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି।  ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ । ଏହାପରେ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.