Jai Odisha
News

ପଦ୍ମ ଧରିଲେ ଦେବାଶିଷ, ନିହାର

ବିଜେପିରେ ଯୋଗ ଦେଲେ ଦେବାଶିଷ, ନିହାର

ଭୁବନେଶ୍ୱର : ବିଜେପିରେ ଯୋଗ ଦେଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଓ ପୂର୍ବତନ କଂଗ୍ରେସ ବିଧାୟକ ନିହାର ରଞ୍ଜନ ମହାନନ୍ଦ। ଯାଜପୁର ବରୀ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦେବାଶିଷଙ୍କ ସମେତ ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଦେବାଶିଷ ବିଜୁ ଜନତା ଦଳର ବହୁ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ପୂର୍ବରୁ ରହିଥିଲେ। ଆଜି ବିଜେଡି ପ୍ରାରମ୍ଭିକ ସଦସ୍ୟ ପର୍ବରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଦେବାଶିଷ। ସେହିପରି ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହା ସହ କେନ୍ଦ୍ରାପଡ଼ା ବିଜେଡି ନେତ୍ରୀ ତଥା ବିଜୁ ମହିଳା ଦଳର ପୂର୍ବତନ ସାଧାରଣ ସମ୍ପାଦିକା ଜୋସ୍ନ ରାଣୀ ଜେନା ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ କହୁଥିବା ଅକ୍ଷୟ ପଟ୍ଟନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତି ତମାମ ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.