Jai Odisha
News

ପପୁଆ ନ୍ୟୁ ଗିନୀରେ ୭.୭ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ, ୧୧|୦୯: ପପୁଆ ନ୍ୟୁ ଗିନିରେ ଜୋରଦାର ଭୂମିକମ୍ପ । ରବିବାର ସକାଳେ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ବୋଲି ଜଣାପଡିଛି । ତେବେ ଭୂମିକମ୍ପର ଝଟକା ଏତେ ଅଧିକ ଥିଲା ଯେ, ଲୋକେ ଘରୁ ବାହାରି ଆସିଥିଲେ । ଝଟକା ଲାଗିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।  ପପୁଆ ନ୍ୟୁ ଗିନୀରେ ରବିବାର ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ଥିବା ଜଣାଯାଇଛି । ଏହି ଭୂମିକମ୍ପର ଝଟକା କାରଣରୁ ଲୋକେ ଭୟଭୀତ ହୋଇଯାଇଛନ୍ତି । ଲୋକମାନେ ପ୍ରାଣ ବିକଳରେ ଘର ଭିତରକୁ ବାହାରକୁ ଦୌଡ଼ି ପଳାୟନ କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ପୂରା ପରିସ୍ଥିତି ଅତିଭୟଙ୍କର ଥିବା ଜଣାଯାଇଛି । ତେବେ ପ୍ରାଥମିକ ରିପୋର୍ଟ ଅନୁସାରେ କୌଣସି ଧନଜୀବନ ପ୍ରତି ବିପଦ ହୋଇ ନ ଥିଲେ ବି ଏହା ଏକ ବଡ଼ଧରଣର ବିପର୍ଯ୍ୟୟ ପାଇଁ ପ୍ରାକ ସୂଚନା ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।

 

 

Leave A Reply

Your email address will not be published.