Jai Odisha
News

ପରଲୋକରେ ଅଭିନେତା ପ୍ରବୀଣ କୁମାର ସୋବତୀ

ନୂଆଦିଲ୍ଲୀ, ୦୮/୦୨: ପରଲୋକରେ ଅଭିନେତା ପ୍ରବୀଣ କୁମାର ସୋବତୀ |ଲୋକପ୍ରିୟ ଟିଭି ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ସୋବତୀଙ୍କ ୭୪ ବର୍ଷ ବୟସରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ସେ ୭୪ ବର୍ଷ ବୟସର ଥିଲେ । ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁସି କରାଇ ଦେଉଥିଲା । ସେ ଟିଭି ସିରିଏଲ୍ ବ୍ୟତୀତ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ସାଢ଼େ ୬ ଫୁଟ ଲମ୍ବର ଏହି ଅଭିନେତା ଖେଳକୁ ମଧ୍ୟ ଭଲ ପାଉଥିଲେ । ସେ ପଂଜାବ ନିବାସୀ ଥିଲେ । ଅଭିନେତା ପ୍ରବୀଣ କୁମାର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ନଥିଲା । ପ୍ରବୀଣ କୁମାର ସୋବିତ କେବଳ ଅଭିନୟ ଜଗତରେ ନୁହେଁ କ୍ରୀଡ଼ା ଜଗତରେ ମଧ୍ୟ ଅନେକ କ୍ଷାତି ଅର୍ଜନ କରିଥିଲେ ।

 

Leave A Reply

Your email address will not be published.