Jai Odisha
News

ପରଲୋକରେ ଧାମନଗର ବିଧାୟକ ବିଷ୍ଣୁସେଠୀ

ଭୁବନେଶ୍ଵର, ୧୯/୦୯ :  ବିଜେପି ବିଧାୟକ ବିଷ୍ଣୁସେଠୀଙ୍କ ପରଲୋକ । ଆଜି ଭୋର୍ ସମୟରେ ୬୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।ବହୁ ଦିନ ହେଲା ସେ ଏମ୍ସରେ ଚିକିତ୍ସିତ ହେଉଥିଲେ ।   କିଡନୀ ରୋଗରେ ପିଡିତ ଥିଲେ ବିଷ୍ଣୁସେଠୀ ।   ଏମ୍ସ ନୀରକ୍ଷକ ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଜଣେ ନେତା ନୁହେଁ ବରଂ ବିରୋଧୀ ଦଳର ଉପନେତା ଥିଲେ ବିଷ୍ଣୁ ସେଠୀ ।   ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।ବିଷ୍ଣୁ ସେଠୀ ଜଣେ ଦକ୍ଷ, ନିର୍ଭୀକ ରାଜନୀତିଜ୍ଞ ଏବଂ ଦୃଢ ସଙ୍ଗଠକ ଥିଲେ। ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍‌ ଆଗ୍ରହ ଥିଲେ ।   ସଙ୍ଗଠକ ଠାରୁ ଆରମ୍ଭ କରି ସାହିତ୍ୟିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ବହୁତ । ସାମ୍ବାଦିକ ଠାରୁ ଆରମ୍ଭ କରି ସମ୍ପାଦକିୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପାରଙ୍ଗମ୍ୟ ହାସଲ କରିଥିଲେ । ସରକାରୀ ଚାକିରୀକୁ ଛାଡି ରାଜନୀତିରେ ପାଦ ଦେଇଥିବା ସେଠୀ ପ୍ରଥମେ ଚାନ୍ଦବାଲି ବିଧାୟକ ଏବଂ ପରେ ଧାମନଗରରୁ ବିଧାୟକ ପଦରେ ନିର୍ବାଚିତ ହୋଇଥିଲେ ।ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ସେ ପରାଜିତ ହୋଇଥିଲା । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲା । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା ।ସେ ବିଜେପିର ଜଣେ ଟାଣୁଆ ନେତା ଥିଲେ। ତାଙ୍କର ପରଲୋକରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Leave A Reply

Your email address will not be published.