Jai Odisha
News

ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋ

ଭୁବନେଶ୍ୱର,୨୧ା୪: ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ହୋଇଛି।  ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି । ଅସୁସ୍ଥତା କାରଣୁ ଗତ ୩୦ ତାରିଖରୁ ସେ ହସ୍ପିଟାଳରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । କିନ୍ତୁ ଆଜି ସକାଳ ୭ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଜଗତସିଂହପୁରର ପୂର୍ବତନ ସାଂସଦ । ତାଙ୍କର ରାଜନୀତି କ୍ୟାରିୟରରେ ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ  ୮୩ ବର୍ଷ ବୟସ ହୋଇଥିଲା।

 

Leave A Reply

Your email address will not be published.