Jai Odisha
News

ପରଲୋକରେ ପ୍ରସିଦ୍ଧ ଲେଖକ ତାରେକ ଫତହ

ନୂଆଦିଲ୍ଲୀ,୨୪।୪:  ପରଲୋକରେ ପ୍ରସିଦ୍ଧ ଲେଖକ ତାରେକ ଫତହ  । ତାରେକ କ୍ୟାନସରରେ ସଂକ୍ରମିତ ହୋଇ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ନେଇ ତାଙ୍କ ଝିଅ ନତାଶା ଫତହ ସ୍ପଷ୍ଟ କରିଛନ୍ତି । ‘ପଞ୍ଜାବର ସିଂହ, ହିନ୍ଦୁସ୍ତାନର ସନ୍ତାନ ଆଉ ନାହାନ୍ତି’ ବୋଲି ନତାଶା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୩ ଦିନ ପୂର୍ବରୁ ତାରେକଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ତାରେକ ଇସଲାମ ଓ ଆତଙ୍କବାଦ ଉପରେ ନିଜର ପ୍ରଗତିଶୀଳ ବିଚାର ପାଇଁ ବେଶ୍ ଜଣାଶୁଣା ଥିଲେ । ତାରେକ ପାକିସ୍ତାନ ବିପକ୍ଷରେ ଉଗ୍ର ମନୋଭାବ ପୋଷଣ କରୁଥିଲେ । ସେ ଭାଜପା ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରଙ୍କୁ ଅଧିକାଂଶ ସମୟରେ ସମର୍ଥନ କରୁଥିଲେ । ସେ ଗତ ୧୯୪୯ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୯୦୮୦ ଦଶକ ପ୍ରାରମ୍ଭରେ ସେ କାନାଡ଼ା ଚାଲିଯାଇଥିଲେ ।

 

Leave A Reply

Your email address will not be published.