Jai Odisha
News

ପରଲୋକରେ ବରିଷ୍ଠ ସିନେ ପ୍ରଯୋଜକ ରାଧାନାଥ ଭଟ୍ଟ

ଭୁବନେଶ୍ବର,୨୭/0୮: ପରଲୋକରେ ଓଡ଼ିଆ ଚଳଚିତ୍ର ଜଗତର ଶ୍ରେଷ୍ଠ ପ୍ରଯୋଜକ ରାଧାନାଥ ଭଟ୍ଟ। ନିମୋନିଆରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧିନ ଅବସ୍ତାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିବା ସୂଚନା। ନବେ ଦଶକର ଲୋକପ୍ରୀୟ ସିନେମା ଗୁଡ଼ିକରେ ସେ ପ୍ରଯୋଜକ ଥିଲେ। ତାଙ୍କ ପ୍ରଯୋଜିତ ସିନେମା ଗୁଡ଼ିକ ଭିତରେ ବଳିଦାନ, ସ୍ବପ୍ନ ସାଗର ଓ ଡୋରା ଭଳି ଅନେକ ସିନେମା ରହିଛି। ଶ୍ରୀ ରାଧାନାଥ ଭଟ୍ଟ‌ଙ୍କ ମହାପ୍ରୟାଣରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.