Jai Odisha
News

ପାଞ୍ଚ ଦଫା ଦାବି ନେଇ ଓପିଜିସି ସଙ୍ଘର ବିକ୍ଷୋଭ

ଓପିଜିସି ବିଭିନ୍ନ ସଙ୍ଘର ମିଳିତ ବିକ୍ଷୋଭ

ଭୁବନେଶ୍ୱର : ଓପିଜିସି ଅଫିସର ଆସୋସିଏସନ, ଓପିଜିସି ଏମପ୍ଲୟର୍ସ ୟୁନିୟନ ଏବଂ ଓପିଜିସି ରିଟାୟର୍ଡ଼ ଏମପ୍ଲୟର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ 5 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ଓପିଜିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ବିଶେଷ କରି ପେନସନ ନୀତି କାର୍ଯ୍ୟକାରୀ କରିବା, ଦୁଇଟି ଇନକ୍ରିମେଣ୍ଟ ସହିତ ସପ୍ତମ ବେତନ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିବା, ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ବନ୍ଦ କରିବା ଆଦି ହେଉଛି ସେମାନଙ୍କ ପ୍ରମୁଖ ଦାବି. ଦୀର୍ଘ ଦିନ ହେବ ଓପିଜିସି କତୃପକ୍ଷ ପକ୍ଷଙ୍କୁ ଦାବି ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି.ଏମିତି କି 5 ଟି ଅଧକ୍ଷଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିଥିବା କହିଛନ୍ତି.

 

Leave A Reply

Your email address will not be published.