Jai Odisha
News

ପାରମ୍ପରିକ ଦୁଲାରଦେଇ ପୂଜା ପାଳିତହେଲା

ନବରଙ୍ଗପୁର ,୧୦।୨:-ଡାବୁଗାଁ ରେ ଆଜି ଧୁମଧାମରେ ପାରମ୍ପରିକ ଦୁଲାରଦେଇ ପୂଜା ପାଳିନ କରାଗଲା । ଆଦିବାସୀ ପର୍ବ ମାଘ ମଣ୍ଡେଇ ପୂର୍ବ ହାଟ ଅର୍ଥାତ ମାଘ ମଣ୍ଡେଇ ରୋ ସାତଦିନ ପୂର୍ବେ ପାରମ୍ପରିକ ରୀତିନୀତିରେ ଦୁଲାର ଦେଇ ଗୁଡି ରେ ପୂଜାର୍ଚନା ପରେ ସିରା , ପଲଙ୍କି , ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ଆଜି ଠାରୁ ଆଗାମୀ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିବ । ଆସନ୍ତା ବୁଧବାର ଦିନ ବଡ଼ତେବତା ବା ଗ୍ରାମର ମୁଖ୍ୟ ଇଷ୍ଟଦେବ ବାବା ଭୈରବଦେବତାଙ୍କ ପୂଜା ହେବ ଏବଂ ୧୭ ତାରିଖ ଗୁରୁବାର ଦିନ ଡାବୁଗାଁରେ ମାଘ ମଣ୍ଡେଇ ପାଳିତ ହେବ ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Leave A Reply

Your email address will not be published.