Jai Odisha
News

ପାରାଦୀପରେ ଫାଟିଲା IOCL ତେଲ ପାଇପ

ପାରାଦୀପ୍‌,  ୨୬/୫: ପାରାଦୀପ୍‌ରେ ଫାଟିଲା ତେଲ ପାଇପ୍ । IOCL ‘ଟାଉନସିପି ନିକଟରେ ଘଟିଛି ଏହି ଅଘଟଣ। ଏହି ପାଇପ ଫାଟିବା ଦ୍ୱାରା ହଜାର ହଜାର ଲିଟର କ୍ରୁଡ଼ ଅଏଲ ମାଟିରେ ମିଶିଛି। ସ୍ଥିତିକୁ ନିୟତ୍ରଣରେ ଆଣିବା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ପ୍ରୟାସ ଜାରି ରଖିଛନ୍ତି। ହଳଦିଆରୁ ପାରାଦୀପ ଅଶୋଧିତ ତୈଳ ଆସିଥାଏ।ଆଇଓସିଏଲ୍ ତେଲ ପାଇପ୍ ଫାଟିଯିବାରୁ ତେଲ ବହିଚାଲିଛି । ଆଇଓସିଏଲ୍ ଟାଉନସିପ୍ ନିକଟରେ ଏହି ଘଟଣା ଘଟିଛି ।ପାରଦୀପ୍ –ହଳଦିଆ ଅଶୋଧିତ ତେଲ ପାଇପଲାଇନ୍ ଫାଟିଯାଇଛି । ପ୍ରଚୁର ପରିମାଣରେ ତେଲ ବହିଯିବା କାରଣରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଆଇଓସିଏଲ୍ ଅଗ୍ନିଶମ ବାହିନୀ ପହଂଚିଛନ୍ତି ।

 

Leave A Reply

Your email address will not be published.