Jai Odisha
News

ପିଏମ୍ କିଷାନର ୧୩ତମ କିସ୍ତି ଆଜି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୨:ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଲାଗାଭି ଠାରେ ଦେଶର ଚାଷୀଙ୍କୁ ଦେବେ ବଡ଼ ଉପହାର । ପିଏମ କିଷାନ ଯୋଜନାର ୧୬ ହଜାର କୋଟି ଟଙ୍କାର ୧୩ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୮ କୋଟି ଚାଷୀଙ୍କୁ ମିଳିବ ଏହି ଯୋଜନାର ଲାଭ । ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା । ପିଏମ୍ କିଷାନ  ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୧୩ତମ କିସ୍ତି ସହାୟତା ରାଶି ଆଜି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୧୬,୮୦୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିବେ। ପ୍ରତ୍ୟେକ କୃଷକଙ୍କୁ ୨୦୦୦ ଟଙ୍କା ଲେଖାଏଁ ମିଳିବ। କର୍ଣ୍ଣାଟକର ବେଲଗାଭିରେ ଆୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ।  ଏହାପରେ ବେଲାଗାଭି ଠାରେ ୨୭ ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ପୁନଃ ବିକଶିତ ବେଲାଗାଭି ରେଳ ଷ୍ଟେସନ ସୌଧକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ । ସେହିପରି କର୍ଣ୍ଣାଟକର ଶିପମୋଗା ବିମାନ ବନ୍ଦରର ଉଦଘାଟନ କରିବେ ମୋଦି । କର୍ଣ୍ଣାଟକରେ ବାଣିଜ୍ୟ, ଯୋଗାଯୋଗ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ ଶିବମୋଗା ବିମାନ ବନ୍ଦର । ଉଡ଼ାନ ସ୍କିମ ମାଧ୍ୟମରେ ପ୍ରାୟ ୬୬୨ ଏକର ଅଞ୍ଚଳରେ ଏହି ବିମାନ ବନ୍ଦର ନିର୍ମାଣ ହୋଇଛି ।

 

Leave A Reply

Your email address will not be published.