Jai Odisha
News

ପିପିଲିରେ ରାଜନୈତିକ ହିଂସା

ପିପିଲି,୧୫/୦୨:  :  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି। ୨୪ଘଣ୍ଟା ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ହିଂସାକାଣ୍ଡ ବଢିଚାଲିଛି। ପଞ୍ଚାୟତ ନିର୍ବାଚନକୁ ନେଇ   ପିପିଲିରେ ରାଜନୈତିକ ହିଂସା କାଣ୍ତ ଘଟିଛି। ପିପିଲି ବ୍ଲକ୍‌ ଅନ୍ତର୍ଗତ ୨୨୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେଡି ପ୍ରାର୍ଥୀ ଧରଣୀଧର ସାହୁ ଓ ବିଜେପି କର୍ମୀ ବିକ୍ରମ ସ୍ବାଇଁ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ସାହୁଙ୍କର ସମର୍ଥକ ଓ ବିଜେଡି କର୍ମୀମାନେ ପୋଡଙ୍ଗ ଗ୍ରାମ୍ୟଛକ ନିକଟରେ  ଭୁବନେଶ୍ବର-ପୁରୀ ଜାତୀୟ ରାଜପଥକୁ ତେଇଶିପୁରଠାରେ ୧ ଘଣ୍ଟା ଧରି ଅବରୋଧ କରିଥିଲେ। ଖବର ପାଇ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମଙ୍ଗଳପୁର ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ସାହୁଙ୍କୁ ଭେଟିବା ସହ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କ ସହ ଆଲୋଚନା କରିଛନ୍ତି।  ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ସାଢେ ୭ଟାରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.