Jai Odisha
News

ପିପିଲି ଟୋଲଗେଟ୍ ନିକଟରେ ବସ୍ ଓଲଟି ଜଣେ ମୃତ

ନିମାପଡ଼ା, ୧୨/୮ : ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି ।ଘରୋଇ ବସ ସାରଳା ଭୁବେନଶ୍ୱରରୁ ଅସ୍ତରଙ୍ଗ ଯାଉଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧକ ଯାତ୍ରୀ ଆହତ ହୋଇଛନ୍ତି । ପିପିଲି ଟୋଲ ପ୍ଲାଜା ନିକଟରେ ଏକ ଯାତ୍ରିବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିଲା ଯାତ୍ରିବାହୀ ବସ୍‌ଟି । ଏହି ସମୟରେ ରାସ୍ତାରେ ଥିବା ଡିଭାଇଡରରେ ଭାରସାମ୍ୟ ହରାଇ ବସଟି ପିଟିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ବସ ନିକଟକୁ ଯାଇଥିଲେ । ପରେ ସେଠାରେ ବସ ଭିତରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଏହି ଦୁର୍ଘଟଣାରେ ବସ୍‌ ହେଲପରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏହାସହ ଭିଡ଼କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା ଚଳାଇଛି ।

Leave A Reply

Your email address will not be published.