Jai Odisha
News

ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ

ଭୁବନେଶ୍ବର, ୨୩।୫  : ଶରତ ପଟ୍ଟନାୟକ ଓଡିଶା ପିସିସି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ତେବେ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ନେଇ ଏଆଇସିସିର ସୂଚନା ଦେଇଛି । ଦ୍ବିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି  ଶରତ ପଟ୍ଟନାୟକ। ପିସିସି ସଭାପତିକୁ ନେଇ କଂଗ୍ରେସ ବିଭିନ୍ନ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି,  କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଓ ଜୟଦେବ ଜେନାଙ୍କ ନାମ ଶୁଣିବାକୁ ମିଳୁଥିଲା। ତେବେ ସବୁ ଚର୍ଚ୍ଚାର ଅବସାନ ଘଟାଇଛି ଏଆଇସିସି। ଶରତ ପଟ୍ଟନାୟକ ପିସିସି ମୁଖିଆ କରିଛନ୍ତି। ଏଥିସହ ୨୦୧୯ ବିଧାନସଭା ନିର୍ବାଚନ ପରେ  ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଦେଇଥିବା ଇସ୍ତଫାକୁ ଗୃହୀତ ହୋଇଛି।

Leave A Reply

Your email address will not be published.