Jai Odisha
News

ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ,: ଗମ୍ଭୀର ଅଭିଯୋଗ ଲଗାଇଲା ଋଷିଆ

ମସ୍କୋ,୩ା୫: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ବଡ଼ ଅଭିଯୋଗ ଆଣିଛି ଋଷ। ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଲାଗି କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍ । ତେବେ ଏହାକୁ ଅସ୍ବୀକାର କରିଛି ୟୁକ୍ରେନ୍। ୟୁକ୍ରେନ୍ ରାଷ୍ଟ୍ରପତିଙ୍କର ମୁଖପାତ୍ର କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ସହ ତାଙ୍କ ଦେଶର କୌଣସି ସଂପର୍କ ନାହିଁ। ଆଜି ୟୁକ୍ରେନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବାର ଋଷ ଅଭିଯୋଗ କରିଛି | ଋଷ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ମସ୍କୋର କ୍ରେମଲିନ୍ ପ୍ରାସାଦ ଉପରେ ୟୁକ୍ରେନ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। ତେବେ ଋଷର ସେନା ଏହି ଆକ୍ରମଣକୁ ବିଫଳ କରିଦେଇଛନ୍ତି | ଏହି ଘଟଣାକୁ ନେଇ ଋଷ ସରକାର କହିଛନ୍ତି ଯେ ୟୁକ୍ରେନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିବା ଏକ “ଆତଙ୍କବାଦୀ କାର୍ଯ୍ୟକଳାପ” ଏବଂ ପୁଟିନଙ୍କ ହତ୍ୟା ଉଦ୍ୟମ। ଋଷ ଏହାର କଡା ଜବାବ ଦେବ। ଋଷ ସରକାରଙ୍କ ତରଫରୁ କୁହାଯାଇଛି ଯେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ଓ ଏଥିପାଇଁ ଦୁଇଟି ଡ୍ରୋନ ପଠାଯାଇଥିଲା | ଯାହାକୁ ଋଷ ସେନା ବିଫଳ କରିଦେଇଥିଲେ |ତେବେ ପୁଟିନଙ୍କ ଉପରେ ଡ୍ରୋନ୍ ଦ୍ୱାରା ହତ୍ୟା ଉଦ୍ୟମ ଖବର ଆସିବା ପରେ ମସ୍କୋ ମେୟର ଋଷର ରାଜଧାନୀ ଉପରେ ଅନଧିକୃତ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ମେୟର ସରୋଜ ସୋବିୟାନିନ୍ ଏକ ବିବୃତ୍ତିରେ କହିଛନ୍ତି ଯେ “ସରକାରୀ କର୍ତ୍ତୃପକ୍ଷ” ଙ୍କ ଠାରୁ ବିଶେଷ ଅନୁମତି ନ ମିଳିଲେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ରହିବ।

Leave A Reply

Your email address will not be published.