Jai Odisha
News

ପୁଣି ଆମେରିକାରେ ଗୁଳିମାଡ଼ ,୧୦ ମୃତ

ନୂଆଦିଲ୍ଲୀ ୬/୧୧ : ଆମେରିକାର ପେନସିଲୋବେନିଆଠାରେ ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ଶନିବାର ପେନସିଲୋବେନିଆର କେସିଂଟନ ଅଞ୍ଚଳରେ ୧୦ ଜଣଙ୍କ ଉପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ହିଁ ପ୍ରତ୍ୟେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଗୁଳିଚାଳନା କରିଥିବା ସମସ୍ତ ଅଭିଯୁକ୍ତଙ୍କ ପରିଚୟ ଏ ଯାଏ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସନ୍ଧାନ ଚଳାଇଛି । ଘଟଣାଟି କେସିଂଟନ ଓ ଏଲଘେନି ଏୱେନ୍ୟୁଜ୍ ଅଞ୍ଚଳରେ ଘଟିଥିବା ସୂଚନା । ଏହା ପୂର୍ବରୁ ଆମେରିକାର ନର୍ଥ କରୋଲିନା ଗୁଳିଚାଳନାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଥିଲା। ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କର ଅଫ୍ ଡ୍ୟୁଟିରେ ମୃତ୍ୟୁ ହୋଇଥିଲା । ଯାହାର ଭିଡିଓ ସ୍ଥାନୀୟ ଅଞ୍ଚଳର କିଛି ଲୋକ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଦେଖାଦେଇଥିଲା ।  ଘଟଣାଟି ନର୍ଥ କରୋଲିନା ରାଲେଗ ଅଞ୍ଚଳର। ନର୍ଥ କରୋଲିନା ମେୟର ଏନ ବାଲ୍ଡିୱିନ୍ ଏ ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.