Jai Odisha
News

ପୁରୀରେ କମେଡି କିଙ୍ଗ କପିଲ ଶର୍ମା

ପୁରୀ ୨୨।୦୩: ସୋମବାର ସନ୍ଧ୍ୟାରେ କମେଡି କିଙ୍ଗ କପିଲ ଶର୍ମା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ପ୍ରଥମ ଥର ସେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। କପିଲ ଶର୍ମା ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ସେବାୟତ ଓ ସୁରକ୍ଷା କର୍ମୀମାନେ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ପାର୍ଶ୍ବ ଦେବାଦେବୀ, ଲକ୍ଷ୍ମୀ ଓ ବିମଳା ମନ୍ଦିର ଦର୍ଶନ ସହ ସେଠାରେ କପିଲ୍ ପୂଜାର୍ଚ୍ଚନା କରିଥିଲେ। ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ବେଶ ଆତ୍ମତୃପ୍ତି ଅନୁଭବ କରିଥିବା କପିଲ୍ କହିଛନ୍ତି। ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ପରେ କପିଲ ଶର୍ମାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ ଭିଡ଼ ଜମିଥିଲା।

Leave A Reply

Your email address will not be published.