Jai Odisha
News

ପୁରୀରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ପୁରୀ, ୧୦/୧୧ : ପୁରୀରେ ପହଞ୍ଚିଲେ ମହାମହିମ । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ବଳଗଣ୍ଡି ଛକରୁ ଶ୍ରୀମନ୍ଦିର ଅଭିମୁଖେ ଚାଲି ଚାଲି ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ମୁଣ୍ଡ ଲଗାଇ ପ୍ରଣାମ କରିଛନ୍ତି ରାଷ୍ଟ୍ରପତି । ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହାସହ ରାଷ୍ଟ୍ରପତିଙ୍କୁ ସ୍ବାଗତ ଲାଗି ଗଜପତି ମହାରାଜ ମଧ୍ୟ ଉପସ୍ଥିତ ଥିଲେ । ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଛନ୍ତି। ଶ୍ରୀମନ୍ଦିରରେ ଜଗାକୁ ଦର୍ଶନ ସାରି ରାଜ ଭବନରେ ଅବଢା଼ ସେବନ କରିବୋର ଯୋଜନା ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରାଜଭବନରେ ମହାପ୍ରସାଦ ସେବନ କରିବେ । ଘିଅ ଅନ୍ନ, କାନିକା, ମିଷ୍ଟାନ୍ନ, ଡାଲି, ଡାଲ୍‌ମା, ମଞ୍ଜା, କଖାରୁ ଫୁଲ ରାଇ, ସୋଲା ମହୁରା, ସନ୍ତୁଳା, ପୋଟଳ ରସା, ଶାଗ ମୁଗ, ବିରିମୁଗ ମହୁର, ଛେନା ଦହି ମହୁର, ରାଇତା, ସପୁରି ଖଟା, ଫଳ ରାବିଡ଼ି, ତାଡ଼ିଆ, ଚନ୍ଦ୍ରକାନ୍ତି, ହଂସବେନ୍ଧି, ଝିଲି, ଏଣ୍ଡୁରି, କାକରା, ବିରି ପିଠା ସହ ଅନ୍ୟ ଖାଦ୍ୟ ପରିବେଷଣ କରାଯିବ।ପୁରୀରୁ ଭୁବନେଶ୍ୱର ଫେରିବା ପରେ ରାଜଭବନରେ ରାଷ୍ଟ୍ରପତିଙ୍କ ରାତ୍ରି ଭୋଜନ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ରାତ୍ରିଭୋଜନରେ ରାଷ୍ଟ୍ରପତିଙ୍କୁ ପରଷା ଯିବ ଭଳି କିଭଳି ଓଡ଼ିଆ ଖାଦ୍ୟ । ଏଥିପାଇଁ ପ୍ରସ୍ତୁତ ହୋଇଛି ମେନ୍ୟୁ । ଷ୍ଟେଟ୍‌ ବାନ୍‌କ୍ୟୁଏଟ୍‌ରେ ରାଷ୍ଟ୍ରପତିଙ୍କୁ ଭାତ, ରୁଟି, ଡାଲି, ଡାଲ୍‌ମା, ପୋଟଳ ତରକାରୀ, ଛେନା ତରକାରୀ, ମିକ୍ସ ତରକାରୀ, ସନ୍ତୁଳା, ଭଜା ଆଦି ପରଷାଯିବ । ଏହା ସାଙ୍ଗକୁ ମଣ୍ଡା ପିଠା, ପୋଡ଼ ପିଠା ସହ ମିଠା ଖାଇବେ ରାଷ୍ଟ୍ରପତି । ଏହି ଅବସରରେ ତାଙ୍କ ସହ ରାତ୍ରିଭୋଜନ କରିବେ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି । ରାଜନୈତିକ ଦଳର ମୁଖ୍ୟ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭୋଜନରେ ସାମିଲ ହେବେ । ପରଦିନ ସକାଳ ଜଳଖିଆ ରାଜଭବନରେ କରିବେ ।

Leave A Reply

Your email address will not be published.