Jai Odisha
News

ପୁରୀରେ ଯୁବକଙ୍କୁ ଛୁରାମାଡ଼, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ପୁରୀ ,୨୫।୦୫: ଅଶାନ୍ତ ହୋଇପଡ଼ିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ ।   ଶ୍ରୀମନ୍ଦିର ସମ୍ମୁଖରେ ଗୁଳିମାଡ଼ ଘଟଣା ଘଟିବାର କେଇ ଘଣ୍ଟା ନ ପୂରୁଣୁ ପୁଣି ଦେଖିବାକୁ ମିଳିଛି ଛୁରାମାଡ଼ । ପୂର୍ବ ଶତ୍ରୁତାରୁ ଛୁରାମାଡ଼ କରାଯାଇଥିବା ଜଣାଡ଼ିଛି । ପୁରୀରେ ଛୁରାମାଡରେ ଯୁବକ ଗୁରୁତର ହେବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋଖା ସାହିର ଦୁପୁନା ବେହେରା ସହ ବିଭୁନା ଭୋଇ ଓ ଶିବୁନା ପାତ୍ର ଗିରଫ ।  ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସର ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ବଡଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ଛୁରାମାଡରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.