Jai Odisha
News

ପୁରୀରେ ଶକ୍ତି ଦେଖାଇଲା ବିଜେଡି

ଭୁବନେଶ୍ୱର,୨୬।୧୨: ବଡ଼ଦାଣ୍ଡରେ ଶକ୍ତି ଦେଖାଇଲା ବିଜେଡି   । ଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ଫଟ୍ଟନାୟକ। ଆପଣମାନେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ। ମା ମାନଙ୍କ ପାଇଁ ଭଲ କାମ କରନ୍ତୁ। ଆଦିବାସୀ, ଦଳିତ, ଚାଷୀଙ୍କ ପାଇଁ ଭଲ କାମ କରନ୍ତୁ ବୋଲି ନବୀନ କହିଛନ୍ତି।  ଆଜି ଶ୍ରୀକ୍ଷେତ୍ରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳର ସମସ୍ତ ନେତା ଓ କର୍ମୀ ମାନେ ପୁରୀ ବଡ଼ଦାଣ୍ଡରେ ପହଞ୍ଚି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି । ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ରହିବ, ଓଡ଼ିଶା ନୁହେଁ ବୋଲି ସେ କହିଛନ୍ତି। ମା ମାନେ ଆସନ୍ତୁ, ଓଡ଼ିଶାର ବିକାଶର ଦାୟିତ୍ୱ ନିଅନ୍ତୁ। ମା ମାନେ ଚାହିଁଲେ ବିଜେଡି ୨୫ କି ୫୦ ନୁହେଁ, ଶହେ ବର୍ଷ ରହିବ ବୋଲି ସେ କହିଛନ୍ତି।  ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଏନେଇ ଆଜି ପୁରୀରେ ଦଳ ପାଳୁଛି ସିଲଭର ଜୁବ୍‌ଲି। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ଦଳର ବରିଷ୍ଠ ନେତା ଏଥିରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା। ହେଲେ ବିଜେଡିର ନେତା ମାନେ ପୁରୀକୁ ଯିବା ସମୟରେ କଂଗ୍ରେସ କର୍ମୀ ମାନେ କଳା ପତାକା ପ୍ରଦର୍ଶନ କରିଥିଲେ । ସେହି ସମୟରେ ପୁଲିସ ପକ୍ଷରୁ ୨୦ କଂଗ୍ରେସ କର୍ମୀଙ୍କୁ ଉଠାଇ ନିଆଯାଇଥିଲା । ପୁରୀରେ ବିଜେଡିର କିଛି ମନ୍ତ୍ରୀ ଓ ବିଧାୟକଙ୍କୁ କଂଗ୍ରେସ ମାନେ ଜୋରଦାର ବିରୋଧ କରିଥିଲେ ।  ଭି.ଆଇ.ପି ରୋଡରେ ମନ୍ତ୍ରୀ ଓ ବିଧାୟକଙ୍କ ଗାଡ଼ି ଅଟକାଇ ଗୋବ୍ୟାକ୍‌ ଗୋବ୍ୟାକ୍‌ ନାରା ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.