Jai Odisha
News

ପୁରୀରେ ୫ଟି ସଚିବ,ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ ୦୫/୦୨: ପୁରୀରେ  ୫ଟି ସଚିବ ଭି.କେ ପାଣ୍ଡିଆନ୍। ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ସପରିବାର ଶ୍ରୀମନ୍ଦିର ଯାଇ ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦର୍ଶନ   କରିଛନ୍ତି।   ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମା ମହାଲକ୍ଷ୍ମୀ, ମା ବିମଳା ଓ ଅନ୍ୟାନ୍ୟ ପାର୍ଶ୍ବ ଦେବା ଦେବୀଙ୍କ ମନ୍ଦିର ଦର୍ଶନ କରି ଫେରିଥିଲେ। ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଏହା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ୫ଟି ସଚିବ। ସିଂହଦ୍ଵାର ଠାରୁ ଆରମ୍ଭ କରି ଉତ୍ତର ଦ୍ୱାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଏ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.