Jai Odisha
News

ପୁରୀ ପ୍ରଶାସନ ଜାରି କଲେ ନୂଆ ଏସଓପି,ରଥଚକ ପାଇବାର ସୌଭାଗ୍ୟ ପାଇବେ ଭକ୍ତ

ପୁରୀ,୫।୧ : ପୁରୀ ପ୍ରଶାସନ ଜାରି କଲେ ନୂଆ ଏସଓପି। ଏଣିକି  ରଥଚକ ପାଇବାର ସୌଭାଗ୍ୟ ପାଇବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଛି ନିଷ୍ପତ୍ତି ।ପ୍ରକ୍ରିୟାକରଣ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ।  ରଥଚକ ବିକ୍ରୟ ଓ ବଣ୍ଟନକୁ ଦୁଇଭାଗରେ ବିଭକ୍ତ କରାଯାଇଛି । 50 ପ୍ରତିଶତ ବିଭିନ୍ନ ସାଂସ୍କୃତିକ ଓ ଧର୍ମୀୟ ଅନୁଷ୍ଠାନ, ଲୀଳାକ୍ଷେତ୍ର, ଦାରୁ ମିଳିଥିବା କ୍ଷେତ୍ରକୁ ଦିଆଯିବ ।ଏଥିସହିତ ବିଭିନ୍ନ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଦିଆଯିବ ।ଅନ୍ୟ 50 ପ୍ରତିଶତ ପାଇଁ ଆବେଦନ କରିବେ ଶ୍ରଦ୍ଧାଳୁ ।ପ୍ରତ୍ୟେକ ବର୍ଷ ଜୁଲାଇ 25 ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିପାରିବେ ବ୍ୟକ୍ତି ଓ ଅନୁଷ୍ଠାନ ।ଆବେଦନ ପାଇଁ 1000 ଟଙ୍କାର ଶୁଳ୍କ ରହିଛି ।ଆବେଦନ ପରେ କମିଟି ନିଷ୍ପତ୍ତି ଅନୁସାରେ ରଥଚକ କାହାକୁ ଦିଆଯିବ ସେନେଇ ସୂଚୀ ପ୍ରସ୍ତୁତ ହେବ । ଆବେଦନ ସଂଖ୍ୟା ବଢିଲେ ଲଟେରୀର ସାହାଯ୍ୟ ନିଆଯିବ।

 

Leave A Reply

Your email address will not be published.