Jai Odisha
News

ପୁରୀ ମାର୍କେଟ ଛକ ହଣାକଟା ମାମଲାରେ ୯ ଗିରଫ

ପୁରୀ,୧୮।୩: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମାର୍କେଟଛକରେ ହଣାକଟା ମାମଲାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖ‌ଗେଶ୍ବର ସାହୁ ଓରଫ ପୁପୁନା (୩୫), ସୁନୀଲ ଦାସ (୨୩),  ହୃଷିକେଶ ପଣ୍ତା ଓରଫ ବାପୁ (୨୮), ସମୀର ଦାସ ଓରଫ ଜୁଏଲ (୨୮), ରବି ନାରାୟଣ ପାତ୍ର (୩୦), ଭୀମସେନ ବରା‌‌ଳ ଓରଫ ପପୁ (୨୪), ଗୋପାଳ ମୁନି ଓରଫ ମିଟୁ (୩୮),  ଛବି ପ୍ରଧାନ (୨୪) ଓ ତ୍ରିଲୋଚନ ବେ‌ହେରା ଓରଫ ଟୁଲୁ (୨୪)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ମୋବାଲ ଫୋନ ଓ ଖଣ୍ତା ଜବତ କରିଛି।ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ମିହିର ପଣ୍ଡା କହିଛନ୍ତି, ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ମାମଲାରେ ଗୋଟିଏ ପକ୍ଷର ୩ ଜଣ ଓ ଅନ୍ୟପକ୍ଷର ୬ ଜଣଙ୍କୁ ମିଶାଇ ସମୁଦାୟ ୯ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ରହିଛି। ପୂର୍ବ ଶତ୍ରୁତାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ରହିଥିବାବେ‌ଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.